नच शुद्धस्य बाह्यार्थाभासता चेदविद्यया ।
वासनारूपया शुद्धे नाशुद्धा वासना भवेत् ॥४०॥
naca śuddhasya bāhyārthābhāsatā cedavidyayā |
vāsanārūpayā śuddhe nāśuddhā vāsanā bhavet
ଆଉ ଶୁଦ୍ଧ (ଜ୍ଞାନ)ର ବାହ୍ୟାର୍ଥ-ଆଭାସତା (ବାହ୍ୟ ବସ୍ତୁ ରୂପେ ପ୍ରତୀତି) (ସ୍ୱୀକାର କରାଯାଇ ନ ପାରେ); କାରଣ ଯଦି (କୁହ ତାହା) ଅବିଦ୍ୟାଦ୍ୱାରା, ବାସନା (ସଂସ୍କାର)-ରୂପରେ (ଉତ୍ପନ୍ନ) — (ତଥାପି) ଶୁଦ୍ଧ (ଜ୍ଞାନ)ରେ କୌଣସି ଅଶୁଦ୍ଧ ବାସନା (ସଂସ୍କାର) ରହି ନ ପାରେ।