रूपद्वयं युक्तिमत्स्याज्जन्मादेर्युगपन्न च ।
सम्भवः स्यात्तथारूपशिवत्वादन्यदर्शने ॥११६॥
rūpadvayaṃ yuktimatsyājjanmāderyugapanna ca |
sambhavaḥ syāttathārūpaśivatvādanyadarśane
ଏକକାଳରେ ରୂପଦ୍ୱୟ (ଶୁଦ୍ଧ ଓ ଅଶୁଦ୍ଧ ଦୁଇ ସ୍ୱରୂପ) କଣ ଯୁକ୍ତିଯୁକ୍ତ ହେବ? ଆଉ ଜନ୍ମ ଆଦିର ଯୁଗପତ୍ (ଏକକାଳୀନ) ସମ୍ଭବ (ଘଟଣା) ଅନ୍ୟ ଦର୍ଶନରେ ହୋଇ ନ ପାରେ; (ଆମ ପକ୍ଷେ ତାହା ସମନ୍ୱିତ,) କାରଣ (ପ୍ରତ୍ୟେକ ବସ୍ତୁ ଯେପରି ଦେଖାଯାଏ) ସେପରି-ରୂପ ଶିବ ହିଁ।