इत्याहुर्येऽपि क्रीडार्थमेवमात्मा व्यवस्थितः ।
इत्यूचुर्येऽप्रबुद्धत्वं पश्चाद्ब्रह्म प्रबुद्ध्यते ॥१२॥
ityāhurye'pi krīḍārthamevamātmā vyavasthitaḥ |
ityūcurye'prabuddhatvaṃ paścādbrahma prabuddhyate
ଏପରି କୁହନ୍ତି ସେମାନେ (ଯେଉଁମାନେ ମନେ କରନ୍ତି ଯେ) କ୍ରୀଡ଼ା (ଲୀଳା) ନିମିତ୍ତ ଆତ୍ମା ଏହିପରି (ନାନାରୂପେ) ଅବସ୍ଥିତ; ଆଉ (ଅନ୍ୟମାନେ) କହିଅଛନ୍ତି ଯେ (ପ୍ରଥମେ) ଅପ୍ରବୁଦ୍ଧତା (ଅଜାଗ୍ରତ ଅବସ୍ଥା ଥାଏ), ଆଉ ପରେ ବ୍ରହ୍ମ ପ୍ରବୁଦ୍ଧ (ଜାଗ୍ରତ) ହୁଅନ୍ତି।